ଭଦ୍ରକ:(କାହ୍ନୁ ଚରଣ ଜେନା):-
ଧାମନଗର ବ୍ଲକ ଅନ୍ତର୍ଗତ ସୂର୍ଯ୍ୟପୁର ମୌଜା ର ଅବସ୍ଥିତ ସ୍ୱାଧୀନତା ସଂଗ୍ରାମୀ ଯୁଧିଷ୍ଠିର ନାୟକଙ୍କ ଘର ନିକଟରେ ଏକ ଲିଫ୍ଟ ପଏଣ୍ଟ ରହିଛି।ଏହି ଲିଫ୍ଟ ପଏଣ୍ଟ ଟି ଦୀର୍ଘ ଚାଳିଶ ବର୍ଷ ପୂର୍ବରୁ ତତ୍କାଳୀନ ଧାମନଗର ର ବିଧାୟକ ହୃଦାନନ୍ଦ ମଲ୍ଲିକ ଏବଂ ସ୍ଥାନୀୟ ନେତା ସ୍ୱାଧୀନତା ସଂଗ୍ରାମୀ ଯୁଧିଷ୍ଠିର ନାୟକ ଙ୍କ ଉଦ୍ୟମ ରେ ଏହି ଲିପ୍ଟ ପଏଣ୍ଟ ଟି ନିର୍ମିତ ହୋଇଥିଲା।ଏହି ଲିଫ୍ଟ ପଏଣ୍ଟ ଉପରେ ହରିହଂସ ଗ୍ରାମର ଜମି ସମେତ, ପଙ୍ଗଟା, ହସନାବାଦ, ସୂର୍ଯ୍ୟପୁର, ଓଲଟ ପୁର, ବନମାଳୀ ନଗର ଏବଂ ନୂଆସାହି ର ଗ୍ରାମର ଲୋକମାନଙ୍କ ର ଜମି ଥିବାରୁ ଚାଷ ପାଇଁ ନିର୍ଭର କରନ୍ତି।ଏହି ସାତ ଖଣ୍ଡ ଗାଁ ର ଜମି କୁ କୌଣସି ପ୍ରକାର ଜଳ ସେଚନ ର ସୁବିଧା ନ ଥିବାରୁ ଚାଷୀ ମାନେ କେବଳ ଏକାକୀ ଭାବେ ଏହି ଲିଫ୍ଟ ଉପରେ ନିର୍ଭର କରନ୍ତି।ଗୋଟିଏ ଲିଫ୍ଟ ପଏଣ୍ଟ ଏତେ ପରିମାଣ ରେ ଜମି କୁ ଜଳ ସେଚିତ କରିବା ପାଇଁ ସକ୍ଷମ ନ ଥିବାରୁ, ଚାଷୀମାନେ ଚାଷ କରିବାରୁ ବଞ୍ଚିତ ହେଉଛନ୍ତି।ଆଷାଢ଼ ଯାଇ ଶ୍ରାବଣ ମଝା ମଝି ହେଲାଣି ମାତ୍ର ଅନୁରୂପ ପରିମାଣ ର ବର୍ଷା ହୋଇ ନଥିବାରୁ ଚାଷ କାର୍ଯ୍ୟ ଆରମ୍ଭ ହୋଇ ପାରୁ ନାହିଁ। ପୁଣି ଜଳ ସେଚନ ରେ ଅବ୍ୟବସ୍ଥା ଯୋଗୁଁ ହେକ୍ଟର ହେକ୍ଟର ଚାଷ ଜମି ପଡ଼ିଆ ପଡୁଛି।ତୁରନ୍ତ ଏହି ଜମିରେ ଜଳ ସେଚନ ପାଇଁ ଆଉ ଦୁଇଟି ଲିଫ୍ଟ ପଏଣ୍ଟ ବସାଇବା ନିହାତି ଆବଶ୍ୟକ ସେଥିପାଇଁ ସ୍ଥାନୀୟ ହରିହଂସ ଏବଂ ବନମାଳୀ ନଗର ର ଚାଷୀ ମାନେ ଦାବି କରିଛନ୍ତି । ଆଗାମୀ ଦିନରେ ସମସ୍ୟା ର ସମାଧାନ ନ ହେଲେ ଚାଷୀ ମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।


