ଅଯୋଧ୍ୟା :-
ଉତ୍ତରପ୍ରଦେଶର ଅଯୋଧ୍ୟାରେ ଲଜ୍ଜା। ପୁଣି ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଜନପଦ ନିକଟ ଥାନା ମହାରାଜଙ୍ଗଜ କୁମ୍ଭିଆ ଗାଁରେ ୪ବର୍ଷର ନାବାଳିକାକୁ ପଡୋଶୀ ଘରର ଜଣେ ଯୁବକ ଦୁଷ୍କର୍ମ କରିଥିବା ଜଣାପଡିଛି। ଅଭିଯୁକ୍ତକୁ ୩୫ବର୍ଷ ହେବ ବୋଲି ସୂଚନା ମିଳିଛି। ଅଭିଯୁକ୍ତ ଜଣଙ୍କ ଘଟଣା ପରେ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ଗୁଳି ମାରିଥିବା ଜଣାପଡିଛି।