LPG Cylinder Price: ସାଧାରଣ ଜନତାଙ୍କ ପାଇଁ ଖୁସି ଖବର । ଆଜିଠାରୁ 19 କେଜି କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ତରର ମୂଲ୍ୟ ୩୧ ଟଙ୍କା ହ୍ରାସ ପାଇଛି । ବର୍ତ୍ତମାନ କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡର ଦର ଦିଲ୍ଲୀରେ 1676 ଟଙ୍କା ବଦଳରେ 1646 ଟଙ୍କାରେ ଉପଲବ୍ଧ ହେବ ।
ସେହିପରି କୋଲକାତାରେ 1756 ଟଙ୍କାରେ ଉପଲବ୍ଧ ପୂର୍ବରୁ ଏହାର ମୂଲ୍ୟ 1787 ଟଙ୍କା ରହିଥିଲା ।
ତେବେ 14.2 କେଜି ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । 9 ମାର୍ଚ୍ଚ 2024ରେ ଏହା ଶେଷ ଥର ପାଇଁ ଘରୋଇ ଗ୍ୟାସ ଦରରେ ପରିବର୍ତ୍ତନ କରାଯାଇଥିଲା । ଦିଲ୍ଲୀରେ 803 ଟଙ୍କା ଏବଂ ମୁମ୍ବାଇରେ 802.50 ମୂଲ୍ୟ ରହିଛି । କୋଲକାତାରେ 829 ଟଙ୍କା, ମୁମ୍ବାଇରେ 802.50 ଟଙ୍କା ଏବଂ ଚେନ୍ନାଇରେ 818.50 ଟଙ୍କା ରହିଛି।
1 ଜୁନ୍ 2023ରେ, ଦିଲ୍ଲୀରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ 1103 ଟଙ୍କା ରହିଥିଲା । 30 ଅଗଷ୍ଟ 2023ରେ ଏଥିରେ 200 ଟଙ୍କା ହ୍ରାସ କରିବାକୁ ଘୋଷଣା କରିଥିଲେ ଏବଂ ପରେ ମୂଲ୍ୟ 903 ଟଙ୍କା ହ୍ରାସ ପାଇଥିଲା ।

.jpeg)
