କୃଷି ଓ କୃଷକଙ୍କ ବିକାଶ ପାଇଁ ସଂକଳ୍ପବଦ୍ଧ ବିଜେପି ସରକାର: ମନମୋହନ ସାମଲ
ପ୍ରଧାନମନ୍ତ୍ରୀ ଓ ଜଙ୍ଗଲ ପରିବେଶ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି
ଭୁବନେଶ୍ୱର,୦୯/୦୭: ନୟାଗଡ଼ ଜିଲାର ବହୁ ପ୍ରତୀକ୍ଷିତ “ବୃତଙ୍ଗ ଜଳସେଚନ ପ୍ରକଳ୍ପ”କୁ ମୋଦି ସରକାର ମଞ୍ଜୁରି ପ୍ରଦାନ କରିଛନ୍ତି । ଏହି ପ୍ରକଳ୍ପ ନିର୍ମାଣ ପାଇଁ ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟ ଅନୁମତି ଦେଇଛି । ଫଳରେ ନୟାଗଡ଼ବାସୀଙ୍କ ୩୦ ବର୍ଷର ଆଶା ଓ ଆଙ୍କାକ୍ଷା ପୂରଣ ହେବ । ଏହା କୃଷକଙ୍କ ପାଇଁ ବରଦାନ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ପରିବେଶ, ଜଳବାୟୁ ପରିବର୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ କୃତଜ୍ଞତା ଜଣାଇବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଶ୍ରୀ ସାମଲ ଧନ୍ୟବାଦ ଦେଇଛନ୍ତି ।
ଶ୍ରୀ ସାମଲ କହିଛନ୍ତି, ବିଜେଡି ସରକାର ଗତ ୨୪ ବର୍ଷ ଶାସନ ମଧ୍ୟରେ ଯାହା କରିପାରି ନ ଥିଲା ବିଜେପି ସରକାରକୁ ଆସିବାର ମାସକ ଭିତରେ ତାହା କରିବାକୁ ସକ୍ଷମ ହୋଇଛି । ନୟାଗଡ଼ ଜିଲାର କୃଷକମାନେ ଦୀର୍ଘ ବର୍ଷ ହେବ ଚାଷ କାର୍ଯ୍ୟବେଳେ ବହୁ ସମସ୍ୟା ଭୋଗୁଥିଲେ । ଜଳସେଚନର ସୁବନ୍ଦୋବସ୍ତ ନ ଥିବାରୁ ଖରାଦିନେ ଗଜା ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହେଉଥିଲା । ଅପରପକ୍ଷେ ପାନୀୟ ଜଳ ପାଇଁ ମଧ୍ୟ ଜିଲାବାସୀ ଅସୁବିଧା ଭୋଗୁଥିଲେ । ଏବେ ଏସବୁ ସମସ୍ୟା ଦୂର ହେବ ବୋଲି ଆଶାକରି ଚାଷୀ ଓ ଜନସାଧାରଣଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି ।
ବିଜେପି ସରକାର କୃଷି ଓ କୃଷକଙ୍କ ବିକାଶ ପାଇଁ ସଂକଳ୍ପବଦ୍ଧ । ୧୫୨୪.୧୭ ହେକ୍ଟର ଅଂଚଳ ଜଙ୍ଗଲ ଜମିକୁ ମୋଦି ସରକାର ଅନୁମତି ଦେବା ଯୋଗୁଁ ୨୩ ହଜାର ୩୦୦ ହେକ୍ଟର ଜମି ଜଳସେଚିତ ହୋଇପାରିବ । ଖୁବ୍ଶୀଘ୍ର ବୃତଙ୍ଗ ଜଳସେଚନ ଯୋଜନା ଆରମ୍ଭ ହେବ ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବ । ଏହାଦ୍ୱାରା ନୟାଗଡ଼ ଜିଲାର ହଜାର ହଜାର କୃଷକ ଉପକୃତ ହୋଇପାରିବେ । ପାନୀୟ ଜଳର ମଧ୍ୟ ସୁବନ୍ଦୋବସ୍ତ ହୋଇପାରିବ । ଫଳରେ ଜିଲାରେ କୃଷି କ୍ଷେତ୍ରରେ ବିକାଶ ହେବା ସହ କୃଷକଙ୍କ ଆର୍ଥିକ ବିକାଶରେ ସହାୟକ ହୋଇପାରିବ । ଅଧପନ୍ତରିଆ ହୋଇ ପଡ଼ିରହିଥିବା ସମସ୍ତ ଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ସହ ଆବଶ୍ୟକସ୍ଥଳେ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ନୂତନ ଜଳସେଚନ ପ୍ରକଳ୍ପ ନିର୍ମାଣକୁ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ସାମଲ କହିଛନ୍ତି, ଭୁବନେଶ୍ୱର ରୂ ସ୍ବର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ tro 24 news,


