Type Here to Get Search Results !

ଜିତପାଳିରେ 75 ତମ ବନମହୋତ୍ସବ ପାଲିତ ।

 



ବରଗଡ ଜିଲ୍ଲା ଘେଁସ ବନାଞ୍ଚଳ ଅଧିନସ୍ଥ ଜିତପାଲି ଗ୍ରାମରେ ମାଁ ବିଣାପାଣୀ ଯୁବକ ସଂଘ ତରଫରୁ ନିକଟସ୍ଥ ଗ୍ରାମୀଣ ଜଙ୍ଗଳ ପରିସରରେ 75 ତମ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ବନମହୋତ୍ସବ ର ମୁଖ୍ୟ ଉଦ୍ଦେଶ୍ଯ ହେଉଛି ଗୋଟିଏ ଗଛ ମାଁ ଙ୍କ ନାମରେ । ମାଁ ବୀଣାପାଣି ଯୁବକ ସଂଘ ର ସଭାପତି ସ୍ବତନ୍ତ୍ର ସାହୁ ଓ ସଂପାଦକ ନିମାଇଁ ସାହୁ ଏବଂ ସଂଘର କର୍ମକର୍ତ୍ତା ବାସୁଦେବ ପଟେଳ , ବୈଷ୍ଣବ , ସୁରେଶ ,ଶିବ ,ପୁରନ୍ଦର ,ଆଲୋକ ,ଆସିଷ ,ସୁବ୍ରତ ,ପିଣ୍ଟୁ,  ଜିତେନ୍ଦ୍ର,  ଗଣେଷ ,ସଭିଏଁ ମିଶି ଜଙ୍ଗଲ ଜମିରେ ଵିଭିନ୍ନ ପ୍ରକାରର 100 ଗୋଟି ବୃକ୍ଷ ରୋପଣ କରିବା ସହ ତାକୁ କିଭଳି ଛୋଟଟିରୁ ବଡ କରିବେ ସଂକଳ୍ପ କରିଥିଲେ । ସାଂପ୍ରତିକ ପରିସ୍ଥିିତିରେ ଗଛ ଲଗାଇଵାର ଆବଶ୍ୟକ ଉପରେ ଶ୍ରୀଯୁକ୍ତ  ନବକିଶୋର  ଆଲୋଚନା କରିଥିବା ବେଳେ ସଂଘର ସଭାପତି 

ସ୍ବତନ୍ତ୍ର ସାହୁ ଧନ୍ଯବାଦ ଅର୍ପଣ କରିଥିଲେ  । 

ବରଗଡ ରୁ ପ୍ରସନ୍ନ ମହାନନ୍ଦଙ୍କ ରିପୋର୍ଟ The Republic Odisha 24News



Post a Comment

0 Comments
* Please Don't Spam Here. All the Comments are Reviewed by Admin.