Type Here to Get Search Results !

ଓଓ୍ବେସୀଙ୍କ ବାସଭବନ ଉପରେ ଆକ୍ରମଣ, ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ

 



ନୂଆଦିଲ୍ଲୀ:-

AIMIM ସାଂସଦ ଅସଦୁଦ୍ଦିନ ଓଓ୍ବେସୀଙ୍କ ଘର ବାହାରେ ନାରାବାଜି ଓ କାଳି ଫିଙ୍ଗିବା ମାମଲାକୁ ନେଇ ଆକ୍ସନ ମୋଡରେ ପୋଲିସ । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପାର୍ଲାମେଣ୍ଟ ଷ୍ରିଟ୍ ଥାନାରେ ଆଇପିସିର ଧାରା ୧୪୩, ୫୦୬, ୧୫୩ଏ ଏବଂ ୧୪୭ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି।

ସୂଚନା ମୁତାବକ, ଗୁରୁବାର କିଛି ଲୋକ ଦିଲ୍ଲୀର ୩୪-ଅଶୋକ ରୋଡରେ ଥିବା ଓୱେସିଙ୍କ ବାସଭବନରେ ପହଞ୍ଚି ପୋଷ୍ଟର ଲଗାଇଥିଲେ। ଯେଉଁଥିରେ ଲେଖାଥିଲା ଭାରତ ମାତା କି ଜୟ, ମୁଁ ଇସ୍ରାଏଲ ସହ ଅଛି ଏବଂ ଓୱେସିଙ୍କୁ ନିଲମ୍ବିତ କରାଯିବା ଉଚିତ। ଏଥିସହ ତାଙ୍କ ବାସଭବନ ଉପରକୁ କାଳି ଫିଙ୍ଗିଥିଲେ। ଏହି ଘଟଣାରେ ୫ ଜଣଙ୍କ ସମ୍ପୃକ୍ତି ଥିବା ପୋଲିସ ସୂଚନା ଦେଇଛି। ଏହି ଲୋକମାନେ ଓୱେସିଙ୍କ ବାସଭବନ ବାହାରେ ପୋଷ୍ଟର ଲଗାଇଥିଲେ।ଏନେଇ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିବା ଦିଲ୍ଲୀ ପୋଲିସ ପୋଷ୍ଟରଗୁଡ଼ିକୁ ହଟାଇ ଦେଇଛି। ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ସେମାନେ ଏହି ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।



Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.