Type Here to Get Search Results !

ଲଜ୍ଜା - ୧୫ ବର୍ଷୀୟା ନାବାଳିକାଙ୍କୁ ୨୦ ଦିନ ଧରି ଗଣବଳାତ୍କାର

 


ରିୟାଣା : -

ହରିୟାଣାରେ ଘଟିଛି ଏକ ଲୋମହର୍ଷକରୀ ଘଟଣା । ୧୫ ବର୍ଷୀୟା ନାବାଳିକାଙ୍କୁ ୨୦ ଦିନ ଧରି ଗଣବଳାତ୍କାର । ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ, ପ୍ରାୟ ୨୦ ଦିନ ପୂର୍ବେ ନାବାଳିକାଜଣକ ହଠାତ୍‌ ଗାଏବ ହୋଇ ଯାଇଥିଲେ। ପରିବାର ସଦସ୍ୟ ବହୁ ଖୋଜାଖୋଜି ପରେ ବି ତାଙ୍କ ପତ୍ତା ପାଇ ପାରି ନ ଥିଲେ। ଏନେଇ ସେମାନେ ଥାନାର ଦ୍ୱାରସ୍ଥ ହୋଇଥିଲେ। ୩ ଯୁବକ ଝିଅକୁ ଅପହରଣ କରି ନେଇଥିବା ସେମାନେ ଅଭିଯୋଗ କଲେ । ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଖୋଜାଖୋଜି ଆରମ୍ଭ କଲା। ଏହାପରେ ଅପହରଣକାରୀଙ୍କୁ କବଳରୁ ନାବାଳିକାଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା। ଏଥିସହ ଅଭିଯୁକ୍ତମାନଙ୍କୁ ବି ବାନ୍ଧିଛି ପୁଲିସ୍‌ ।ଅପହରଣକାରୀମାନେ ଗତ ୨୦ ଦିନ ମଧ୍ୟରେ ବାରମ୍ବାର ଦୁଷ୍କର୍ମ କରିଥିବା ନାବାଳିକାଜଣକ ପୁଲିସ୍‌ ସମ୍ମୁଖରେ କହିଥିଲେ। ଏହାପରେ ପୁଲିସ୍‌ ନାବାଳିକାଙ୍କ ଡାକ୍ତରୀ ମାଇନା କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏହି ଘଟଣାରେ ସାମିଲ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ ନାବାଳିକାଙ୍କ ନିଜ ଗାଁର ବାସିନ୍ଦା ବୋଲି ପୁଲିସ୍‌ ପ୍ରକାଶ କରିଛି। ଅଭିଯୁକ୍ତମାନଙ୍କ ବିରୋଧରେ ପସ୍କୋ ଆକ୍ଟରେ ମାମଲା ରୁଜୁ କରାଯିବ ବୋଲି ପୁଲିସ୍‌ ଅଧିକାରୀ କହିଛନ୍ତି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.