Type Here to Get Search Results !

ବିଜେଡି ଛାଡ଼ିଲେ ବିଧାୟକ ଅରବିନ୍ଦ ଢାଲି

 


ଭୁବନେଶ୍ୱର :-

ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇ ଯାଇଛି ଦଳ ଡିଆଁ କାର୍ଯ୍ୟକ୍ରମ । ବିଜେଡି ଛାଡ଼ିଲେ ଦଳର ବରିଷ୍ଠ ନେତା ତଥା ୬ ଥରର ବିଧାୟକ ଅରବିନ୍ଦ ଢାଲି । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଅରବିନ୍ଦ । ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଇ-ମେଲ୍‌ ଯୋଗେ ସେ ନିଜ ଇସ୍ତଫାପତ୍ର ପଠାଇଛନ୍ତି। ଦଳ ଛାଡ଼ିବା ନେଇ କୌଣସି ନିର୍ଦ୍ଦିଷ୍ଟ କାରଣ ନ କହି ଅରବିନ୍ଦ ଢାଲି କହିଛନ୍ତି, ମୁଁ ଜଣେ ଅନୁଶାସିତ କାର୍ଯ୍ୟକର୍ତ୍ତା। ୩୫ ବର୍ଷ ହେଲାଣି ରାଜନୀତିରେ ସକ୍ରିୟ ଭାବେ କାର୍ଯ୍ୟ କରୁଛି। ସମସ୍ତଙ୍କର ଆଶା ଅଛି। କିନ୍ତୁ ଏହା କେତେ ଦୂର ସମ୍ପୂର୍ଣ୍ଣ ହେବ ତାହା ସମୟ କହିବ । ତେଣୁ ମନ ହେଲା ଦଳ ଛାଡ଼ିଦେଲି। ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ୍‌ କରି ଇସ୍ତଫାପତ୍ର ଦେଇ ଦେଇଛି। ସନ୍ତୁଷ୍ଟ ନାହିଁ ବୋଲି ଦଳ ଛାଡ଼ିଛି। ଆସନ୍ତାକାଲି ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗ ଦେବି । ସେଠାରେ ହିଁ ଛାଡ଼ିବାର କାରଣ କହିବି।


୫ ଥରର ବିଧାୟକ ଅରବିନ୍ଦ ଢାଲି ଖୋର୍ଦ୍ଧା ଓ ମାଲକାନାଗିରି ଜିଲ୍ଲାରେ ବେଶ୍ ପରିଚିତ। ୧୯୯୦, ୧୯୯୯୫ ଏବଂ ୨୦୦୦ ମସିହାରେ ମାଲକାନଗିରିରୁ ବିଧାୟକ ଥିଲେ। ପରେ ବିଜେପି-ବିଜେଡି ମେଣ୍ଟ ଭାଙ୍ଗିବା ପରେ ବିଜେପି ଛାଡ଼ି ବିଜେଡିରେ ମିଶିଥିଲେ। ୨୦୦୯ ଓ ୨୦୧୯ ମସିହାରେ ଦୁଇ ଥର ବିଜେଡି ଟିକେଟ୍ରେ ଜୟଦେବ ଆସନରୁ ବିଧାୟକ ହୋଇଥିଲେ। ସେ ବିଜେପି, ଭାରତୀୟ ଜନଶକ୍ତି ପାର୍ଟି, ସମାଜବାଦୀ ପାର୍ଟି ଏବଂ ଶେଷରେ ବିଜେଡିରେ ସାମିଲ ହୋଇଥିଲେ। ମାତ୍ର ଏବେ ପୁଣି ଥରେ ତାଙ୍କର ବିଜେପିକୁ ଘର ବାହୁଡ଼ା ହେଉଛି। ୨୦୨୪ ନିର୍ବାଚନ ପୂର୍ବରୁ ଅରବିନ୍ଦ ପୁଣିଥରେ ବିଜେଡି ଛାଡି ବିଜେପି କ୍ୟାମ୍ପକୁ ଫେରିବେ ବୋଲି ଘୋଷଣା କରି ସାରିଲେଣି । ତେଣୁ ଏଥର ନିର୍ବାଚନରେ ସେ ଏକ ନୂଆ ରୂପରେ ଆର୍ବିଭାବ ହେବେ ବୋଲି ସ୍ପଷ୍ଟ ହେଲାଣି।

ଏଠାରେକହିରଖୁଛୁ କି, ପ୍ରଥମେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ପରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଆଉ ଏବେ ଜୟଦେବ ବିଧାୟକ ଅରବିନ୍ଦ ଢାଲି। ନିର୍ବାଚନ ପୂର୍ବରୁ ଖୁବ୍‌ କମ୍‌ ଦିନ ବ୍ୟବଧାନରେ ୩ ଜଣ ବିଧାୟକ ଏବେ ବିଜେଡି କ୍ୟାମ୍ପ ଛାଡ଼ିଲେଣି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.