Type Here to Get Search Results !

ବାଁଶଡାରେ ଗୋଷ୍ଠୀ ସଂଘର୍ଷ


ଚାନ୍ଦବାଲି :-                                                                               ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନସ୍ତ ବାଁଶଡା ପଞ୍ଚାୟତ ଚିଙ୍ଗୁଡ଼ି ବକେୟା ପଇସା କୁ ଆଧାର କରି 2 ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି।  ପ୍ରାପ୍ତ ଖବର ରୁ ଜଣା ଯାଇଛି ଗୋଟିଏ ଗୋଷ୍ଠୀର ଲୋକ ଅନ୍ୟ ଗୋଷ୍ଠୀ ର ଲୋକ ପାଖରୁ ଚିଙ୍ଗୁଡ଼ି ଚାଷ ପାଇଁ ଖାଦ୍ୟ ଏବଂ ଔଷଧ ଆଣିଥିଲେ ଏହି ବକେୟା ଟଙ୍କା ଆଜି ଦିଆଯିବାକୁ ସ୍ଥିରୀକୃତ ହୋଇଥିଲା।  ମାତ୍ର ଠିକ ସମୟ ରେ ଅର୍ଥ ନ ମିଳିବାରୁ ଏହିକଥାକୁ ନେଇ 2 ଗୋଷ୍ଠୀ ମଧ୍ୟରେ କଥା କଟାକଟି ହେବ ସହ ଠେଲା ପେଲା ହୋଇଥିଲା।  ଏହି କଥା କୁ ନେଇ 2 ଗୋଷ୍ଠୀ ମଧ୍ୟରେ ପରିସ୍ଥିତି ଅଣ ଆୟତ ହେବା ମାଡ଼ ପିଟ ଆରମ୍ଭ ହୋଇଥିଲା. ଏହି ମାଡ଼ ପିଟ ରେ 2 ଗୋଷ୍ଠୀର 5 ଜଣ ଆହତ ହୋଇଥିବା ଜଣାଯାଇଛି।  ପରିସ୍ଥିତି ଆୟତ ରେ ନଥିବା ଦୃଷ୍ଟି ରୁ ବଂଶଡା ବଜାର ଏବଂ ପଂଚାୟତ ରେ 1ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଏଥି ସହ ବାଁଶଡା ବଜାରରେ ଥିବା ଏକ ରାଜନୈତିକ ଦଳ ର ଅଫିସ ଭଙ୍ଗାରୁଜା ହୋଇଥିବା ଜଣାଯାଇଛି।  ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ ମାମଲା ରୁଜୁ ହୋଇ ନଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଚାନ୍ଦବାଲି ସାଗର ରୁ ରାଉଳ ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.