ସିମୁଳିଆ :-
ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ସାବଙ୍ଗ ପଞ୍ଚାୟତ ସହଜପଦା ଗ୍ରାମର କୃତିବାସ ମହଲାଙ୍କ ସ୍ତ୍ରୀ ତୁଳସୀ ମହଲା ସ୍ୱାମୀ କୃତିବାସ ଙ୍କୁ ଖାଇବାକୁ ଦେଇ ଶୌଚ ନିମନ୍ତେ ଯାଇ ଆଉ ଘରକୁ ଫେରିନଥିଲେ ପରିବାରଲୋକେ ବହୁ ଖୋଜାଖୋଜି କରି ଏକ ପାଖରୀର ଭାସୁଥିବାର ଦେଖିବାକୁ ପାଇଥିଲେ ତାଙ୍କୁ ପାଖରୀରୁ ଉଦ୍ଧାର କରି ଅଟୋ ଯୋଗେ ସିମୁଳିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ସେଠାରେ କଯ୍ୟରତ ଡକ୍ଟର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।ଅନ୍ୟ ପଟେ ଝିଅର ବାପା ଝିଅର ଶଶୁର ଘରେ ଲୋକ ମରିଦେଇଥିବାର ସିମୁଳିଆ ଥାନାର ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ସିମୁଳିଆ ପୋଲିସ ଶବକୁ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।ସିମୁଳିଆ ରୁ ସାବିର ଅଲ୍ଲୀଙ୍କ ରିପୋର୍ଟ

