ଝାରସୁଗୁଡ଼ା :-
ଝାରସୁଗୁଡ଼ା ଜିଲ୍ଲା ଲଇକେରା ତହସିଲ ଅନ୍ତର୍ଗତ ସାହାସପୂର୍ ଆରଆଇ ରୂପେ କାର୍ଯ୍ୟରତ ଜସ୍ମିତା ଭୋରସାଗର ଆଜି ୭୦୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି।
ଘଟଣାରୁ ପ୍ରକାଶ, ଜଣେ ବ୍ୟକ୍ତିଙ୍କ ମୃତ ମାଁ ଙ୍କ ନାଁ ରେ ଏକ ଲିଗାଲ ହାୟାର ସାର୍ଟିଫିକେଟ କରାଇ ଦେବା ନା ରେ ୭୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଉକ୍ତ ବ୍ୟକ୍ତି ଜଣକ ରାଉରକେଲା ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ଆଜି ଉକ୍ତ ଆରଆଇ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ରେଡ କରି ୭୦୦୦ ଲାଞ୍ଚ ଟଙ୍କା ସହ ଜସ୍ମିତା ଭୋରସାଗର ଙ୍କୁ ଧରିବା ରେ ସଫଳ ହୋଇଥିଲା। ଏନେଇ ରାଉଲକେଲା ଭିଜିଲାନ୍ସ କେସ ନମ୍ୱର୍ ୧/୨୨, ଧାରା U/S ୭ PC AMD. ACT ୨୦୧୮ ଅନୁଯାୟୀ କେଶ୍ ରୁଜୁ କରାଯାଇଛି। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ
