ବଲାଙ୍ଗିର :-
ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ହରିଶଙ୍କର ଠାରେ CRPF ବାଟାଲିୟନ 189 ଦ୍ଵାରା ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି । CRPF ଆସିଷ୍ଟାଣ୍ଡ କମାଣ୍ଡର ଲକ୍ଷ୍ ବିନ୍ଦର ସିଂହ ଏବଂ D/189 ବାଟାଲିୟନ ଆସିଷ୍ଟାଣ୍ଡ କମାଣ୍ଡର ଓମ୍ ପ୍ରକାଶ ଯାଦବ କାର୍ଯ୍ୟକ୍ରମରେ ଯୋଗ ଦେଇ ଯବାନ ମାନଙ୍କୁ ଉତ୍ସାହିତ କରିବା ସହିତ ସ୍ୱଚ୍ଛ ଭାରତ ଅଭିଯାନ ସମ୍ପର୍କ ରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ CRPF ଦ୍ୱାରା ହରିଶଙ୍କର ମନ୍ଦିରର ଚାରିପଟେ ଆବର୍ଜନା ସଫା କରିବା ସହିତ ମନ୍ଦିର ଭିତରେ ମଧ୍ୟ ସଫେଇ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ନନ୍ଦୂପଲା ଗ୍ରାମବାସୀ ଯୋଗ ଦେଇ ସହଯୋଗ କରିଥିଲେ । ସଫେଇ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ବାଟାଲିୟନ କମାଣ୍ଡର ଓମ୍ ପ୍ରକାଶ ଯାଦବ ସ୍ୱଚ୍ଛତାରେ ହିଁ ଈଶ୍ୱର ବସବାସ କରନ୍ତି, ଆମେ ଦେଶକୁ ସ୍ୱଚ୍ଛ ଓ ସୁନ୍ଦର କରିବା ସହିତ ଆଗମୀ ପିଢ଼ି ପାଇଁ ସ୍ୱଚ୍ଛତା କୁ ଗୁରୁତ୍ଵ ଦେବାକୁ ପଡ଼ିବ ।ଏହି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ରେ ମନ୍ଦିର ପ୍ରବନ୍ଧକ ଶ୍ରୀ ଗୁପ୍ତେଶ୍ୱର, ସରପଞ୍ଚ ସୁରେଶ ପୂଜାରୀ ଏବଂ ଗ୍ରାମର ଅନ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । CRPF ର ଏହି କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମି ସାହୁ ଙ୍କ ରିପୋର୍ଟ।
