Type Here to Get Search Results !

ହଠାତ୍ ସାମ୍ନାକୁ ଷଣ୍ଢ ଚାଲି ଆସିବାରୁ ଏକ କାର ରାସ୍ତାକଡ଼କୁ ଖସି ଏକ ଯୋରରେ ଓଲଟି ପଡ଼ିବା ପରେ ସେଥିରେ ନିଆଁ ଲାଗି ଯାଇଥିଲା

 


ଠାତ୍ ସାମ୍ନାକୁ ଷଣ୍ଢ ଚାଲି ଆସିବାରୁ ଏକ କାର ରାସ୍ତାକଡ଼କୁ ଖସି ଏକ ଯୋରରେ ଓଲଟି ପଡ଼ିବା ପରେ ସେଥିରେ ନିଆଁ ଲାଗି ଯାଇଥିଲା। ତେବେ କାର୍ରେ ଥିବା ଏକ ୩ ମାସର ଶିଶୁ ସମେତ ମୋଟ ୫ ଯାତ୍ରୀଙ୍କର କିଛି ହୋଇନାହିଁ।

କାର୍ଟି ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିଲା। ଦାଣ୍ଡମୁକୁନ୍ଦପୁର ବାହାବଜା ଛକ ନିକଟରେ ହଠାତ୍ ଏକ ଷଣ୍ଢ ଡାହାଣ ପଟୁ ଦୌଡ଼ି ଆସିଥିଲା।

ଷଣ୍ଢ ଦେହରେ କାର ପିଟି ହୋଇଯିବ ଭାବି ଡ୍ରାଇଭର କାରକୁ ବାମ ପାର୍ଶ୍ୱକୁ କାଟି ଦେଇଥିଲେ। ଫଳରେ ସେତେବେଳେ ବାମ ପାର୍ଶ୍ୱରେ ଆସୁଥିବା ଏକ ଇଲେକ୍ଟ୍ରିକ୍ ସ୍କୁଟିକୁ କାର୍ଟି ଧକ୍କା ଦେଇ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ନଇଁନ ଯୋରକୁ ଖସି ଓଲଟି ପଡ଼ିଥିଲା। ସ୍କୁଟି ଓ ସ୍କୁଟି ଚାଳକ ମଧ୍ୟ ଯୋର ଭିତରେ ପଡ଼ି ଯାଇଥିଲେ।

ଯୋରରେ ପଡ଼ିଛି ଇଲେକ୍ଟ୍ରିକ୍ ସ୍କୁଟି

କାର୍ଟିରେ ନିଆଁ ଲାଗିବା ପୂର୍ବରୁ ସେଥିରେ ଥିବା ଯାତ୍ରୀମାନେ ବାହାରକୁ ଚାଲି ଆସିଥିଲେ। ସେମାନଙ୍କ ସହିତ ଏକ ୩ ମାସର ଶିଶୁ ପୁତ୍ର ମଧ୍ୟ ଥିଲା। ପିପିଲି ଅଗ୍ନିଶମ ବାହିନୀ ଆସି କାରରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲା। 





Post a Comment

0 Comments
* Please Don't Spam Here. All the Comments are Reviewed by Admin.