ନୂଆଦିଲ୍ଲୀ :-
ଦିନ କୁ ଦିନ ଅସହାୟ ହେଉଛି ଭାରତୀୟ ଜନତା। ଖାଇବା ସାମଗ୍ରୀ ତଥା ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ରେ ମହଙ୍ଗା ମାଡ଼ ରେ ଭାଙ୍ଗି ଗଲାଣି ତା ଅଣ୍ଟା। ରୋଷେଇ ଘରେ ଯେମିତି ଲାଗି ଯାଇଛି ନିଆଁ। ଆଜି ସକାଳୁ ସେହିଭଳି ପୁଣି ସରକାର ନିଆଁ ରେ ଘିଅ ପକେଇବା କାମ କରିଛନ୍ତି। ଏବେ ପୁଣି ବଢ଼ିଛି ଘରୋଇ ଓ କମର୍ସିଆଲ ଏଲପିଜି ଦର। ପୂର୍ବରୁ ଘରୋଇ ସିଲିଣ୍ଡର ସେଇଭଳି ଭାବେ ୧୦୦୦ ଟଙ୍କା ପାର ହୋଇଥିବା ବେଳେ ଆଜି ପୁଣି ୩ ଟଙ୍କା ୫୦ ପଇସାକୁ ବୃଦ୍ଧି ପାଇଛି। ସେଇ ଭଳି କମର୍ସିଆଲ ସିଲିଣ୍ଡର ମୂଲ୍ୟ ମଧ୍ୟ ୮ ଟଙ୍କା କୁ ବୃଦ୍ଧି ପାଇଛି। ଚଳିତ ମାସ ରେ କମର୍ସିଆଲ ସିଲିଣ୍ଡର ମୂଲ୍ୟ ଆଜି କୁ ମିଶେଇ ୪ ଥର ବୃଦ୍ଧି କରାଯାଇଛି। ଏହି ମହଙ୍ଗା ମାଡ଼ ପାଇଁ ଆଜି ସମସ୍ତ ସାଧାରଣ ଜନତା ହାଏ ହାଏ ହେଉଥିବା ବେଳେ ରୋଷେଇ ଘରକୁ କେନ୍ଦ୍ର ସରକାରଙ୍କ ଟାର୍ଗେଟ ଆଗାମୀ ଦିନରେ କଣ ପରିଣାମ ଆଣୁଛି ତାହା ଦେଖିବା ବାକି ରହିଲା। ବ୍ୟୁରୋ ରିପୋର୍ଟ

