ବଲାଙ୍ଗୀର :-
ବଲାଙ୍ଗୀର ନାଗରିକ କମିଟି ପକ୍ଷରୁ ମହାବିଦ୍ୟାଳୟର ଚାରି ଜଣ ପୂର୍ବତନ ଅଧ୍ୟକ୍ଷ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଭାଇସ ଚାନସେଲର ଉମାବଲ୍ଲଭ ମହାପାତ୍ରଙ୍କୁ ଗତକାଲି ସାକ୍ଷାତ କରି ବିଶ୍ୱବିଦ୍ୟାଳୟର ବିଭି୍ନ୍ନ ସମସ୍ୟା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ଭାଇସ୍ଚାନସେଲର ଶ୍ରୀ ମହାପାତ୍ର ବିଶ୍ୱବିଦ୍ୟାଳୟର ଅଧ୍ୟାପକ ସମସ୍ୟା, ଜବରଦଖଲ ସମସ୍ୟା ଓ ବିଭିନ୍ନ ଭିତ୍ତିଭୂମିର ବିକାଶ ସଂପର୍କରେ ଆଲୋଚନା କରିଥିଲେ । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପିଜି କାଉନସିଲ ଅଧୀନରେ ଥିବା ୧୮ଟି ବିଭାଗରେ ଟିଚିଙ୍ଗ ଓ ନନ୍ ଟିଚିଙ୍ଗ ଷ୍ଟାଫ୍ ଙ୍କ ଅଭାବ ପାଠପଢ଼ାରେ ଏକ ଅଚଳାବସ୍ଥା ସୃଷ୍ଟି କରିଛି । ଏଥିସହ ବର୍ତ୍ତମାନ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଅଧୀନରେ ମାତ୍ର ୪୨ ଏକର ଜମି ରହିଥିବା ବେଳେ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ୬୪ ଏକର ଜମି ପ୍ରଦାନ ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି ଭାଇସ ଚାନ୍ସେଲର ଶ୍ରୀ ମହାପାତ୍ର କହିଛନ୍ତି । ପ୍ରକୃତରେ ଭବିଷ୍ୟତକୁ ଆଖି ଆଗରେ ରଖି ବିଶ୍ୱବିଦ୍ୟାଳୟ ପାଇଁ ୫ଠଠ ଏକର ଜମି ସୁରକ୍ଷିତ ରଖିବା କଥା । ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଭାଗରେ୧୨୬ଜଣ ଅଧ୍ୟାପକ ରହିବା ସ୍ଥାନରେ ମାତ୍ର ୩୧ଜଣ ଅଧ୍ୟାପକ କାମ ତୁଲାଉଛନ୍ତି ଏହି ଅଧ୍ୟାପକ ମାନେ ବିଶ୍ୱବିଦ୍ୟାଳୟର ବିଭିନ୍ନ ପ୍ରଶାସନିକ କାର୍ଯ୍ୟ ଯଥା ପରୀକ୍ଷା ନିୟନ୍ତ୍ରଣ, ରେଜିଷ୍ଟାର, ଚ୍ୟାର୍ପର୍ସନ ଇତ୍ୟାଦିର ଦାୟିତ୍ୱ ତୁଲାଉଥିବାରୁ ପାଠପଢ଼ା ବ୍ୟାଘାତ ହେଉଛି । ପୁଣି ୪୩ ଜଣ ଗେଷ୍ଟ ଫେକୁଲଟି ଙ୍କୁ ଏଠାରେ ଅବସ୍ଥ।।ପିତ କରାଯାଇ ଜେଣତେଣ ପ୍ରକାରେଣ ପାଠ ପଢ଼ା ଚାଲିଛି । ଏଥି ଯୋଗୁଁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇବା ପରେ ମଧ୍ୟ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି ବୋଲି ବିଶ୍ୱବିଦ୍ୟାଳୟ ତରଫରୁ କୁହାଯାଇଛି । ଏଣିକି ସେଲ୍ଫ ଫାଇନାନ୍ସ ମାଧ୍ୟମରେ ପାଠ ପଢ଼ିବା ପାଇଁ ନୂତନ ବିଷୟ ନ ଖୋଲିବା ପାଇଁ ସରକାରଙ୍କ ତରଫରୁ ନିର୍ଦ୍ଦେଶ ରହିଛି । ବଲାଙ୍ଗୀର ନାଗରିକ କମିଟି ତରଫରୁ ସାଧାରଣ ସଂପାଦକ ମନୋରଂଜନ ସାହୁଙ୍କ ନେତୃତ୍ୱରେ ଓ ବିମଳ କୁମାର ଚୋପଦାରଙ୍କ ଆବାହକତ୍ୱରେ ତଥା ରାଜେନ୍ଦ୍ର କଲେଜର ପୂର୍ବତନ ଅଧ୍ୟକ୍ଷ ଡ. ଅଭିମନ୍ୟୁ ମିଶ୍ରଙ୍କ ସମେତ ଡ. ସତ୍ୟବନ୍ତ ବେଦବାକ, ସୋନପୁର କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ତରୁଣ କୁମାର ମିଶ୍ର ଓ ସହସଂପାଦକ ଡ. ଚକ୍ରପାଣି ଦାଶ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମି ସାହୁ ରିପୋର୍ଟ।
