ପିପିଲି :-
ପିପିଲି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ପିପିଲି ଥାନା ଅଞ୍ଚଳରେ ନାବାଳିକା ଦୁଷ୍କର୍ମ. ନାବାଳିକା ବଳାତ୍କାର. ଥମି ନଥିବା ବେଳେ ଏବେ ବଳଙ୍ଗା ଅଞ୍ଚଳରେ ଜଣେ ନାବାଳିକାକୁ ବଳାତ୍କାର କରା ଯିବାରୁ ନାବାଳିକା ବଳାତ୍କାର ଶିକାର ହୋଇ ନିଜେ ଆତ୍ମ ହତ୍ୟା ଉଦ୍ୟମ କରି ଥିବା ଘଟଣା ବଳଙ୍ଗା ଥାନାରେ ଅଭିଯୋଗ ହୋଇଛି. ବଳଙ୍ଗା ପୋଲିସ ଅଭିଯୋଗକୁ ଭିର୍ତ୍ତି କରି ମାମଲା ଆଗତ କରି ଥିବା ବେଳେ ଅଭିଯୁକ୍ତକୁ ପୋଲିସ ଧରିବାରେ ବିଫଳ ହୋଇଛି. ସେପଟେ ନାବାଳିକାର ଅବସ୍ଥା ଶଙ୍କଟାପର୍ଣ୍ଣ ଥିବା ନାବାଳିକାର ପିତା ଅଭିଯୋଗରେ ଦର୍ଶାଇ ଛନ୍ତି. ନାବାଳିକା ଜଣକ ପଡୋଶୀ ଘରକୁ ପାଣି ପିଇବାକୁ ଯାଇ ଥିବା ବେଳେ ପଡିଶା ଘରକୁ ଆସି ଥିବା ଜଣେ ଲାଇନ ମେକାନିକ ଏକାକୀ ଦେଖି ନାବାଳିକା ସହିତ ନିଜର ଯୌନ ପିପାସୁ ମେଣ୍ଟାଇବା ଉଦେଶ୍ୟରେ ବଳାତ୍କାର କରି ଅଛି. ଏନେଇବଳଙ୍ଗା ଥାନା ଅଧିକାରୀ ଦିବ୍ୟ ରଞ୍ଜନ ପଣ୍ଡା ଙ୍କ ମତାମତ ଲୋଡି ଥିବା ବେଳେ ରିପୋର୍ଟ ଲେଖାଯିବା ବେଳକୁ ତାଙ୍କ ପ୍ରତିକ୍ରିୟା ମିଳି ନଥିଲା।