ଝାରସୁଗୁଡା :-
ଓଡିଶା ପ୍ରଦେଶ କଂଗ୍ରେସ କମିଟି ନିର୍ଦ୍ଧେଶ କ୍ରମେ ଝାରସୁଗୁଡା ଜିଲ୍ଲା କଂଗ୍ରେସ କମିଟି ଦ୍ୱାରା ରାଜ୍ୟରେ ନାରୀ ନିର୍ଯ୍ୟାତନା ଓ ନାରୀ ଙ୍କ ଉପରେ ହେଉଥିବା ଅତ୍ୟାଚାର ବୃଦ୍ଧି ପାଉଥିବା ଦିରୁଦ୍ଧ ରେ ଏକ ଦାବୀ ପତ୍ର ମହାମହିମ ରାଜ୍ୟପାଳ ଉଦେଶ୍ୟ ରେ ଝାରସୁଗୁଡା ଜିଲ୍ଲାପାଳ ଙ୍କ ଜରିଆରେ ଦିଆଗଲା l ଏହି ପରିପ୍ରେକ୍ଷୀରେ ଝାରସୁଗୁଡା ଜିଲ୍ଲା କଂଗ୍ରେସ ର ଏକ ଵିଶାଳ ଶୋଭାଯାତ୍ରା ଝାରସୁଗୁଡା କିସାନ ଛକ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରାଯାଇ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା l ଉକ୍ତ ସଭାରେ କଂଗ୍ରେସ ଦଳ ର ନେତୃବୃନ୍ଦ ଓଡିଶା ରାଜ୍ୟରେ ବୃଦ୍ଧି ପାଉଥିବା ନାରୀ ନିର୍ଯ୍ୟାତନା ଏବଂ ନାରୀ ଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ମୋହନ ସରକାର ଙ୍କୁ ସମାଲୋଚନା କରିଥିଲେ l ରାଜ୍ୟରେ ମହିଳା ଙ୍କ ସୁରକ୍ଷା ବିପଦଜନକ ସ୍ଥିତିରେ ରହିଛି ବେଟି ବଚାଅ ବେଟି ପଢ଼ାଅ ସ୍ଲୋଗାନ ଦେଉଥିବା ଡବଲ ଇଞ୍ଜିନ ସରକାର ଙ୍କ 8 ମାସର ଶାସନକାଳ ଲଜ୍ୟାରେ ଜାରି ରହିଛି l ଗତ 8 ମାସ ଭିତରେ 54 ଟି ଗଣ ବଳତ୍କାର ଘଟଣା ସରକାର ଙ୍କ ଆଇନଶୃଙ୍ଖଳାର ବିଫଳତା କୁ ପଦାରେ ପକାଇଛି l ବାଲେଶ୍ୱର ସୋର, ଢେଙ୍କାନାଳ, ସମ୍ବଲପୁର, ରାଉରକେଲା, ବଲାଙ୍ଗୀର ର ଖଇରାପାଲି, କୋରାପୁଟ ର ଲଷ୍ମୀପୂର, ଭଦ୍ରକ ର ବେତଡା, ଦେଓଗଡ ଓ ବରଗଡ଼ ରେ ଧନୁଯାତ୍ରା ସମୟରେ ମହିଳା ମାନଙ୍କ ପ୍ରତି ଗଣବଳତ୍କାର ଘଟଣା ରାଜ୍ୟବାସୀ ଙ୍କ ଭିତରେ ଆଲୋଡନା ସୃଷ୍ଟି କରିଛି l ସ୍କୁଲରେ ନାବାଳିକା ଗର୍ଭବତୀ ହେବା ଏବଂ ସନ୍ତାନ ପ୍ରସବ କଲା ଭଳି ଘଟଣା ମୋହନ ସରକାରଙ୍କୁ ଶାସନର ବିଫଳତା କୁ ପ୍ରକାଶ କରୁଛି ଚିତ୍ରକୋଣ୍ଡା, ଚମ୍ପୁଆ, ବରି, ଲଷ୍ମୀପୂର ଅଞ୍ଚଳ ରେ ଏଭଳି ସାଙ୍ଘାତିକ ଘଟଣା ଦୃଷ୍ଟି କୁ ଆସିଛି l ଆମ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିବା ପରେ କେତେକ ପ୍ରମୁଖ ଘଟଣାବଳୀ କୁ ନଜର କୁ ଆଣିବା ବାଲେଶ୍ୱର ସୋର ଅଞ୍ଚଳରେ ମହିଳା ଙ୍କୁ ଧର୍ଷଣ, ବାଲେଶ୍ୱର ଅଞ୍ଚଳରେ ଧର୍ଷଣ ଓ ହତ୍ୟା, ଜଳେଶ୍ୱର ରେ 65 ବର୍ଷୀୟl ମହିଳା ଙ୍କୁ ଧର୍ଷଣ ଓ ହତ୍ୟା ଉଦ୍ୟମ, ଢେଙ୍କାନାଳ ଜିଲ୍ଲାରେ ବିବାହିତା ମହିଳାଙ୍କୁ 7 ଜଣ ପୁରୁଷ ଙ୍କ ଗଣ ଧର୍ଷଣ, ବଲାଙ୍ଗୀର ଜିଲ୍ଲାରେ 35 ବର୍ଷୀୟା ମହିଳାଙ୍କୁ ଗଣଧର୍ଷଣ, ବରଗଡ଼ ଯୁବତୀ ଙ୍କୁ ସଂକଟାପନ ଅବସ୍ଥାରେ ଉଦ୍ଧାର, ପାଲଲହଡା ଅଞ୍ଚଳରେ ଗଣଦୁଷ୍କର୍ମ ଓ ହତ୍ୟା, ଲଷ୍ମୀପୂର ରେ ଆଦିବାସୀ ନାବାଳିକା କୁ ଗଣ ଦୁଷ୍କର୍ମ ଭଳି ଅନେକ ଘଟଣା ରାଜ୍ୟକୁ ବ୍ୟଥିତ କରିଛି l 2023ରେ ରାଜ୍ୟରେ 2826,2024 ରେ 3054 ବଳତ୍କାର ମାମଲା ରୁଜୁ ହୋଇଥିବା ବିଧାନସଭା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି l ମହିଳା ଏବଂ ଶିଶୁ ମାନଙ୍କ ପ୍ରତି ଘଟୁଥିବା ହିଂସା ପାଇଁ ଗୃହ ବିଭାଗ ହିଁ ଦାୟୀ l ଓଡ଼ିଶାରେ ଦର୍ଘ 24 ବର୍ଷ ଧରି ବିଜେଡି ଶାସନ କ୍ଷମତାରେ ରହିବା ସହିତ 24 ବର୍ଷ ଧରି ପୂର୍ବତନ ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ର ମନ୍ତ୍ରୀ ରହି ଆସିରହିଥିଲେ l ବର୍ତମାନ ଓଡ଼ିଶାରେ ମୋହନ ସରକାର l ସ୍ଥିର ସରକାର ସହିତ ଜଣେ ବ୍ୟକ୍ତି ପାଖରେ ନିର୍ଦ୍ଧିଷ୍ଟ ଗୋଟିଏ ବିଭାଗ ରହିଥିଲେ ମଧ୍ୟ୍ୟ ଉକ୍ତ ବିଭାଗ ଜନସାଧାରଣ ଙ୍କ ରକ୍ଷକ ହେବା ପରିବର୍ତ୍ତେ ଭକ୍ଷକ ସାଜିଛି l ପୋଲିସ ମହିଳା ଓ ଶିଶୁ ବିରୋଧରେ ଘଟୁଥିବା ହିଂସାର FIR ନ ରଖି ଓଲଟI ଅସଦାଚରଣ କରିବାର ନଜରରେ ରହିଛି I ରାଜ୍ୟରେ ଏଭଳି ବେଭିଚାର ଶାସନ ବିରୁଦ୍ଧରେ କଂଗ୍ରେସ ରାଜରାସ୍ତାକୁ ଓଲ୍ହାଇ ତାର ପ୍ରତିବାଦ ଜାରି ରଖିବ ବୋଲି କଂଗ୍ରେସ ଆଜି ସ୍ପଷ୍ଟ କରିଛି I ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ପ୍ରଧାନ ନେତୃତ୍ୱରେ ପରିଚାଳିତ ଏହି କାର୍ଯ୍ୟକ୍ରମ ରେ ପ୍ରଦେଶ କଂଗ୍ରେସ କମିଟି ର ପର୍ଯ୍ୟବେକ୍ଷକ ସିଦ୍ଧାର୍ଥ ସ୍ୱରୂପ ଦାସ,କଂଗ୍ରେସ ନେତା ସୁଦାମ ବାରିକ, ଅମିତା ବିଶ୍ୱାଳ,ମହିଳା ନେତ୍ରୀ ସୁମିତ୍ରା ସହିସ,ଗୀତାରାଣୀ ପାଲ,ପୂର୍ବତନ ଜିଲ୍ଲା ସଭାପତି ଭରତ ଅବସ୍ତି, ସିଆରାମ ଦାସ, ବରିଷ୍ଠ ନେତା ପ୍ରଶାନ୍ତ ତ୍ରିପାଠୀ, ରିତେଶ ପଟେଲ,ମନମୋହନ ଝା, ଯୁବ ସଭାପତି ସାରୁଖ ଖାନ,ସଞ୍ଜୟ ମହାପାତ୍ର, ଦେବାନନ୍ଦ ବାରିକ, ଭାସ୍କର ପଟେଲ,ଦେବାଶିଷ ପଣ୍ଡା,ମଟରାଜ ଡୁଙ୍ଗ ଡୁଙ୍ଗ,ଭାସ୍କର ପ୍ରଧାନ,ପୁରୁଷୋତ୍ତମ ଜୈସାୱାଲ, ମହେନ୍ଦ୍ର ପ୍ରଧାନ, ନୃପ ପ୍ରଧାନ,ରାଜେଶ ଶୁକ୍ଳl,ଜିଲ୍ଲା ଛାତ୍ରକଂଗ୍ରେସ ଆଦର୍ଶ ଗାନ୍ଧୀ,ରାହୁଲ ଠାକୁର, ମହେଶ କୁମାର ଙ୍କ ସହିତ ଶତାଧିକ କଂଗ୍ରେସ କର୍ମୀ ଏହି ଶୋଭାଯାତ୍ରା ରେ ସାମିଲ ହୋଇଥିଲେ।