ଆପଣମାନଙ୍କୁ ଆମର ଏହି ପୋର୍ଟାଲକୁ ସ୍ଵାଗତ । ଆପଣମାନଙ୍କ ପାଇଁ ଏକ ବଡ ଖବର , ୩୧ ଅଗଷ୍ଟ ଭିତରେ ଆପଣମାନଙ୍କ ପ୍ୟାନ କାର୍ଡ ଆଉ କାମ ଦେବ ନାହିଁ । କିନ୍ତୁ କଣ ଏହାର କାରଣ ଓ କେମିତି ଏହାକୁ ପୁଣି କାର୍ଯ୍ୟକାରୀ କରିପାରିବେ ଆସନ୍ତୁ ସେ ବିଷୟରେ ସମୁର୍ଣ୍ଣ ଭାବେ ଜାଣିବା । ଆପଣ ମାନେ ତ ଜାଣିଛନ୍ତି ଯେବେଠୁ ମୋଦୀ ସରକାର ସତ୍ତାରେ ଅଛନ୍ତି ସବୁ ଦିନ କିଛି ନା କିଛି ନୂଆ ନିୟମ ନେଇ ଆସୁଛନ୍ତି ।
ତେବେ ସରକାର ଯେଉଁ ନୂଆ ନିୟମ ବାହାର କରିଛନ୍ତି ତାହା ହେଲା ୨୦୧୯ ଅଗଷ୍ଟ ୩୧ ସୁଧା ଆପଣଙ୍କୁ ଆପଣଙ୍କର ଆଧାର ସହ ଆପଣଙ୍କର ପ୍ୟାନ କାର୍ଡକୁ ଲିଙ୍କ କରିବାକୁ ପଡିବ । ଆଉ ଯଦି ଆପଣ ଏମିତି କରୁ ନାହାନ୍ତି ତେବେ ସେପ୍ଟେମ୍ବର ୧ ଠାରୁ ଆପଣଙ୍କର କାର୍ଡ ରଦ୍ଦ ହୋଇଯିବ । ଏବଂ ଥରେ ଏହା ରଦ୍ଦ ହେଲେ ଏହା ଆୟକର ବିଭାଗର ଡାଟା ବେସରୁ କଟିଯିବ ଏବଂ ଆପଣ ଆଉ କୌଣସି ଜାଗାରେ ଏହାର ଉପଯୋଗ କରିପାରିବେ ନାହିଁ । ତେବେ ଆୟକର ବିଭାଗକୁ ଏପରି ସୂଚନା ମିଳିଛି ଯେ ପ୍ୟାନ କାର୍ଡ଼ର ବହୁତ ଦୁରୁପଯୋଗ କରାଯାଉଛି ଯାହାକୁ ବନ୍ଦ କରିବା ପାଇଁ ସରକାର ଏହି ପଦକ୍ଷପ ନେଇଛନ୍ତି । ସରକାରଙ୍କର ଏହି ନିସ୍ପତି କେତେ ଦୂର ଗ୍ରହଣୀୟ ଓ ଲୋକେ ଏହା ଫଳରେ କେତେ ଅସୁବିଧାର ସମ୍ମୁଖୀନ ହେବେ ଏ ବିଷୟରେ ଏବେ ଜାକେ କିଛି ସ୍ପଷ୍ଟ ଭାବେ ଜଣା ଯାଇ ନାହିଁ ।

.jpeg)
