Type Here to Get Search Results !

ବଲାଙ୍ଗୀର ନାଗରିକ କମିଟିର ସାଧାରଣ ବୈଠକ କ୍ରାନ୍ତି ଜାଗୃତି ସମାରୋହରେ ଯୋଗଦାନ


ବଲାଙ୍ଗୀର :-

ସ୍ଥାନୀୟ ଆଇନ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ନାଗରିକ କମିଟିର ଏକ ସାଧାରଣ ପରିଷଦ ବୈଠକ ସଭାପତି ବେଲାରସିଂ ଭୋଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗୀର ଜିଲ୍ଲାରେ ଥିବା ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ବୀରତ୍ୱ କାହାଣୀର ଇତିହାସକୁ ଉନ୍ମୋଚନ କରିବା ପାଇଁ ଆଗାମୀ ଅଗଷ୍ଟ ୧ଠରୁ ୫ଠ ଦିନ ବ୍ୟାପୀ ଆରମ୍ଭ ହେଉଥିବା ବଲାଙ୍ଗୀର କ୍ରାନ୍ତି ଜାଗୃତି ସମାରୋହ ପାଳନରେ ନାଗରିକ କମିଟି ସକ୍ରିୟ ଅଂଶଗ୍ରହଣ କରିବ ବୋଲି ନିଷ୍ପତ୍ତି ନେଇଛି । ସେହିପରି ବାରମ୍ବାର ବିଜୁଳି ବିଭ୍ରାଟ ଓ ଟାଟା ପାୱାର ର ମନମୁଖୀ କାର୍ଯ୍ୟ ପାଇଁ କମିଟି ଘୋର ଉଦ୍‌ବେଗ ପ୍ରକାଶ କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ଠାରେ ସାକ୍ଷାତ କରିବା, ଅଗଷ୍ଟ ୯ ତାରିଖରେ ଜାତୀୟସ୍ତରରେ ପାଳନ କରାଯାଉଥିବା କ୍ରାନ୍ତି ଦିବସ ଉପଲକ୍ଷେ ଘର କୁ ଘର ତ୍ରିରଙ୍ଗା ପତାକା ଅଭିଯାନ ରେ ସାମିଲ ହୋଇ ବିଭିନ୍ନ ପଡାରେ ପତାକା ବଂଟନ କରିବା ଇତ୍ୟାଦି ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ସଭା ପ୍ରାରମ୍ଭରେ ସାଧାରଣ ସଂପାଦକ ମନୋରଂଜନ ସାହୁ ପୂର୍ବ ବିବରଣୀ ପାଠ କରି ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ । ସଭାରେ ବିଭିନ୍ନ ପ୍ରସ୍ତାବ ଆଗତ ସହ ଆଲୋଚନାରେ ଅନ୍ୟାନ୍ୟ ମାନଙ୍କ ମଧ୍ୟରୁ  ଉପଦେଷ୍ଟା ଡ. ଲକ୍ଷ୍ମୀକାନ୍ତ ମହାପାତ୍ର, ଉପସଭାପତି ନିତ୍ୟାନନ୍ଦ ମିଶ୍ର, ସହସଂପାଦକ ଡ. ଚକ୍ରପାଣି ଦାଶ, ଗଜେନ୍ଦ୍ର ଭ୍ରମର, ଜୟରାମ ମିଶ୍ର, ଅଶୋକ ମିଶ୍ର, ଗୋପଭୂଷଣ ନାଥ, ମନୋରଂଜନ ପୁରୋହିତ, ଗୋପବନ୍ଧୁ ପୁରୋହିତ, କିଶୋର କୁମାର ମିଶ୍ର, ସଲିମ ଖାନ, ରାଧାକାନ୍ତ ମହାପାତ୍ର, ଅତ୍ତ୍‌ର୍ତ୍ରାଣ ମିଶ୍ର, ଦୂର୍ଗାପ୍ରସନ୍ନ ଛୁରିଆ, ବିଶ୍ୱନାଥ ତ୍ରିପାଠୀ ଓ ନବୀନ କୁମାର ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍

Post a Comment

0 Comments
* Please Don't Spam Here. All the Comments are Reviewed by Admin.