Type Here to Get Search Results !

ଓଡ଼ିଶା ର ଗଣପର୍ବ ରଜ କଟକଣା ସହ ପାଳନ

 


ଡେଲାଙ୍ଗ :-

 ଓଡିଶାର ଗଣ ପର୍ବ ରଜ ବିଭିନ୍ନ ପ୍ରକାରର ପିଠା ମିଠା ରଜ ପାନ ତାସ ଖେଳରେ ଗାଁ ଦାଣ୍ଡ ଦୁଲୁକୁ ଥାଏ ହେଲେ କରୋନା ଯୋଗୁ ଚଳିତ ବର୍ଷ ଫିକା ପଡିଛି ରଜ ପର୍ବ । ତଥାପି ପରମ୍ପରାକୁ କେହି ଭୁଲିନାହାନ୍ତି। କରୋନା ପାଇଁ ଲକଡାଉନ୍ ସଟଡାଉନ୍ ଭଳି କଟକଣା ସରକାର ଜାରି ରଖିଥୀବା ବେଳେ ବର୍ଷ ବର୍ଷର ପରମ୍ପରାକୁ ଭୁଲି ନାହାନ୍ତି ଡେଲାଙ୍ଗ ବ୍ଲକର ବିଭିନ୍ନ ଗ୍ରାମର ଝିଅ ମାନେ। ଓଡିଶାର କଳା ସଂସ୍କୁତି ଐତିହ୍ଯ ଭାଇଚାରା ର ପର୍ବକୁ ପାଳନ କରିବା ସହିତ ପୂର୍ବ ପରମ୍ପରାକୁ ବଜାଇ ରଖିବା ସହିତ ମୁହଁରେ ମାସ୍କ ବାନ୍ଧି, ହାତ ସାନିଟାଇଜର କରି ପାଳନ କରୁଛନ୍ତି ଡେଲାଙ୍ଗ ବ୍ଲକର ବିଭିନ୍ନ ଗ୍ରାମର ଝିଅ ମାନେ। ଓଡିଶାର କଳା ସଂସ୍କୁତି ଐତିହ୍ଯ ଭାଇଚାରା ର ପର୍ବକୁ ପାଳନ କରିବା ସହିତ ପୂର୍ବ ପରମ୍ପରାକୁ ବଜାଇ ରଖିବା ସହିତ ମୁହଁରେ ମାସ୍କ ବାନ୍ଧି ହାତ ସାନିଟାଇଜର କରି ସାମାଜିକ ଦୂରତା ସହ ଘର ବାରୀପଟେ ଦୋଳି ଖେଳିବାର ନଜରକୁ ଆଶିଛି। ରଜ ଏକ ପ୍ରାଚୀନ କାଳର ପର୍ବ ଏବଂ ଏହା ଓଡି଼ଶାର କଳା ସଂସ୍କୁତି ସହ ଜଡିତ ରଜ ଝିଅଙ୍କ ର ପ୍ରମୁଖ ପର୍ବ ହୋଇଥିବା ବେଳେ । ରଜରେ ମା ବସୁମତୀକୁ ଆରାମ ଦେବା ପାଇଁ ବା ବର୍ଷକ ଯାକ ମାଟିରେ ସୁନା ଫଳୋଉଥିବା କୃଷକ ବା ଚାଷୀଭାଇଙ୍କୁ ଆରାମ ଦେବାପାଇଁ ମୁଖ୍ୟତ ଏହି ପର୍ବକୁ ପାଳନ କରାଯାଇଥାଏ। ପୁରୀ ରୁ ପ୍ରଦୀପ କୁମାର ନାୟକ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.