ପଦ୍ମପୁର :-
ଅସହାୟ ଗରିବ ପରିତ୍ଯକ୍ତ ଅବିବାହିତ ବ୍ଯକ୍ତି ମାନଙ୍କୁ ସାମାଜିକ ସୁରକ୍ଷା ଦେବା ପାଇଁ ବିଭିନ୍ନ ଯୋଜନାମାନ ପ୍ରଣୟନ କରିଛନ୍ତି । ହେଲେ ପ୍ରଶାସନ ର ଅବହେଳା ଯୋଗୁଁ ପ୍ରକୃତ ହିତାଧିକାରୀ ସେଥିରେ ସାମିଲ ହୋଇ ପାରୁନାହଁ । ପଦ୍ମପୁର ବ୍ଳକ ଅନ୍ତର୍ଗତ ଚାରପାଲି ଗ୍ରାମର କଏତା ସାହା ସାହା ନାମ୍ନୀ ଏକ ମହିଳା ବୟସ ୪୩ ବର୍ଷ ଅବିବାହିତ ଅବସ୍ଥାରେ ବାପା ଘରେ ଆଶ୍ରୟ କରି ରହିଛି । ସରକାରଙ୍କ ପ୍ରାବଧାନ ଅଛି ଯେ ପରିତ୍ଯକ୍ତା, ଅବିବାହିତ ମହିଳା ମାନଙ୍କୁ ସାମାଜିକ ସୁରକ୍ଷା ଦେବା ନିମନ୍ତେ ଯୋଜନାମାନ ପ୍ରଣୟନ ହୋଇଛି ହେଲେ ବାରମ୍ବାର ଆବେଦନ କରିବା ସତ୍ତ୍ବେ ମଧ୍ଯ ଏ ଯାଏଁ ଭତ୍ତା ପାଇ ପାରୁ ନାହିଁ । ଅନ୍ଯ ପକ୍ଷରେ ଚାରପାଲି ଗ୍ରାମର ନରସିଂହ ବୁଡେକଙ୍କୁ ଆଧାର କାର୍ଡ ଅନୁସାରେ ୭୨ ବର୍ଷ ବୟସ ଚାଳୁଛି । ଗଣନାକାରୀ ଙ୍କୁ ତ୍ରୁଟିପୂର୍ଣ୍ଣ ଯୋଗୁଁ ଭୋଟର କାର୍ଡରେ ୬୩ ବର୍ଷ ଚାଳୁଛି । କିନ୍ତୁ ସ୍କୁଲ ସାର୍ଟିଫିକେଟ ଅନୁଯାଇ ତାଙ୍କୁ ୬୩ ବର୍ଷ ବୟସ ଟପିଲାଣି କିନ୍ତୁ ଏ ଯାଏଁ ତାଙ୍କୁ ମଧ୍ଯ ବାର୍ଦ୍ଧକ୍ଯ ଭତ୍ତା ମିଳି ପାରିନାହିଁ । ଆହୁରୀ ଅନେକ ସେହିପରି ପ୍ରଶାସନିକ ର ଆନ୍ତରିକତା ଅଭାବ ହେତୁ ପ୍ରକୃତ ହିତାଧିକାରୀ ସରକାରଙ୍କ ଜନ ସୁରକ୍ଷା ଯୋଜନା ଦିଗରେ ସାମିଲ ହୋଇ ପାରୁନାହାନ୍ତି । ତେଣୁ ପ୍ରକୃତ ହିତାଧିକାରୀ ମାନଙ୍କୁ ଭତ୍ତା ପ୍ରଦାନ କରିବା ପାଇଁ ପ୍ରଶାସନ ନିକଟରେ ଦାବୀ ହୁଏ । ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ