ଧାମନଗର :-
ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଅସୁରାଳି ଶ୍ରୀନାଥନଗର ଗ୍ରାମରେ ଘଟିଛି ଏକ ହୃଦୟ ବିଦାରକ ଘଟଣା। ଉକ୍ତ ଗ୍ରାମର ପ୍ରାଣବନ୍ଧୁ ନାଥ ଙ୍କ ପୁଅ ଚନ୍ଦ୍ରମଣି(୨୯)ଙ୍କ ର ଗତକାଲି କରୋନା ରେ ମୃତ୍ୟୁ ଘଟିଛି। ଏହାକୁ ନେଇ ଅସୁରାଳି ଅଞ୍ଚଳରେ ଭୟ ର ବାତାବରଣ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ ଚନ୍ଦ୍ରମଣି ଙ୍କର ଗତ ୧୧ ତାରିଖରେ ବିବାହ ସ୍ଥିର ହୋଇଥିଲା। ବାହାଘର ୪ ଦିନ ପୂର୍ବରୁ ତାଙ୍କୁ ଜ୍ଵର ହେବାରୁ ପରିବାର ଲୋକେ ବିବାହ ତାରିଖକୁ ସ୍ଥଗିତ କରିବା ସହିତ କରୋନା ପରୀକ୍ଷା କରାଇଥିଲେ। ୧୦ ତାରିଖ ଚନ୍ଦ୍ରମଣି କରୋନରେ ଆକ୍ରାନ୍ତ ବୋଲି ରିପୋର୍ଟ ଆସିବା ପରେ ସେ ଗୃହ ସଂଗରୋଧରେ ଥିଲେ। ଗତ ୧୩ ତାରିଖ ରାତିରେ ସେ ଗୁରୁତର ହୋଇଥିଲେ ଏବଂ ଗତକାଲି ଚନ୍ଦ୍ରମଣିଙ୍କର ମୃତ୍ୟୁ ହୋଇଥିଲା। ଏକଥା ଜଣା ପଡିବା ପରେ ଶବ ସତ୍କାର କୁ ନେଇ ଗ୍ରାମରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଯୁବକ ଙ୍କ ମୃତ୍ୟୁ ସମ୍ପର୍କରେ ପ୍ରଶାସନ କୁ ଅବଗତ କରାଯାଇଥିବାବେଳେ ଭଦ୍ରକ ମୁନିସିପାଲିଟି ଶବ ସତ୍କାର ପାଇଁ ଅମଙ୍ଗ ହୋଇଥିଲା। ପରେ ଧାମନଗର ବିଡ଼ିଓ ଙ୍କ ହସ୍ତକ୍ଷେପ ରେ ସରପଞ୍ଚ ରାଜେନ୍ଦ୍ର ସାହୁ ଶବ ସତ୍କାର ପାଇଁ ପ୍ରସ୍ତୁତି କରିଥିଲେ ବି କରୋନା ଭୟରେ ପାଖ ପଡୋଶୀ କେହି ଶବ ପାଖ ମାଡି ନ ଥିଲେ। ପରେ ଧାମନଗର ମେଡିକାଲ ର ଆଟେଣ୍ଡେଣ୍ଟ ସଞ୍ଜୟ କୁମାର ସାହୁ ଏବଂ ଅସୁରାଳି ପ୍ରାଥମିକ ସ୍ୱାସ୍ଥକେନ୍ଦ୍ର ର ସ୍ୱାସ୍ଥ୍ୟକର୍ମୀ ରାଖାଲ ଦାସ ଶବ କୁ କାନ୍ଧ ଦେବାକୁ ଆଗେଇ ଆସିଥିଲେ। ମୃତକଙ୍କ ପରିବାର ସଦସ୍ୟ ଙ୍କ ସହିତ ମିଶି ଶବ କୁ ସତ୍କାର କରିଥିଲେ। ଧାମନଗର ରୁ କାହ୍ନୁ ଚରଣ ଜେନା ଙ୍କ ରିପୋର୍ଟ