Type Here to Get Search Results !

ବୌଦ୍ଧ ରେ ନକଲି ଔଷଧ !!

 


ବୌଦ୍ଧ :-

 କୋରନା ସମୟରେ ଲୋକଙ୍କ ମଧ୍ୟରେ ହାହାକାର ସୃଷ୍ଟି ହେଉଥିବା ବେଳେ ବଜାର ମାନଙ୍କରେ ଏବେ ନକଲି ମେଡିସିନ କାରବାର କରି ଲୋକଙ୍କ ଜୀବନ ସହିତ ଖେଳ ଖେଳାଯାଉଛି । କଟକ ଏବଂ ବଲାଙ୍ଗିର ପରେ ଏବେ ବୌଦ୍ଧ ଜିଲ୍ଲାରେ ନକଲି ମେଡିସିନ କାରବାର ଚାଲିଥିବା ନେଇ ଜଣାପଡିବା ପରେ ଜିଲ୍ଲାରେ ଜନସାଧାରଣଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି । ସୂଚନା ମୂତାବକ ନକଲି ମେଡିସିନ କାରବାରରେ ବଲାଙ୍ଗିର ଜିଲ୍ଲାର ଲିଙ୍କ ଜଣାପଡିବା ପରେ ଏବେ ଚେର ବୋୖଦ୍ଧକୁ ଲମ୍ବିଥିବା ଜଣାପଡିଛି । ଗତକାଲି ବଲାଙ୍ଗିର ସହର ସୁଦପଡାର ମୋଦୀ ଫାର୍ମାସ୍ୟୁଟିକାଲରେ ଚଢଉ କରିଥିଲା ଡ୍ରଗ୍ସ ବିଭାଗ । ଏହାପରେ ସିଟ ଲିଙ୍କ ଆଧାରରେ ଆଜି ବୋୖଦ୍ଧ ଜିଲ୍ଲାର ଦୁଇଟି ଔଷଧ ଦୋକାନ ଯଥା-ବାଉଁଶୁଣି ମା’ କ୍ଷେତ୍ରପାଳିନୀ ମେଡିକାଲ ଷ୍ଟୋର ଓ ପଲସାଗୋରାର ମେହେର ମେଡିକାଲ ଷ୍ଟୋରରେ ବୋୖଦ୍ଧ ଡ୍ରଗ୍ସ ଇନସପେକ୍ଟର ଚଢଉ କରି ନକଲି ଔଷଧ ଲିଙ୍କର ସନ୍ଧାନ ପାଇଥିଲେ । ଉଭୟ ଦୋକାନରୁ ‘ସିନଜି-୫୦୦’ ୨୨ପାକେଟ ଏବଂ ମେଡିଥ୍ରାଲ-୫୦୦’ ୨୨ପାକେଟ ଜବତ କରାଯାଇଛି । ପ୍ରାଥମିକ ତଦନ୍‌ନ୍ତରେ ଏହା ନକଲି ଔଷଧ ବୋଲି ଜଣାପଡିଛି । ଏହି ଘଟଣା ପରେ ଔଷଧ ଦୋକାନ ମାଲିକ ବୀରମିତ୍ର ଦେହୁରୀ ଓ ସୁରେଶ ମେହେରଙ୍କ ନାମରେ ଡ୍ରଗ୍ସ ଆଣ୍ଡ କସମେଟିକ ଆକ୍ଟ:୧୯୪୦ ସେକସନ ୧୮(ଏ)(ଆଇ) ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିବା ବୋୖଦ୍ଧ ଡ୍ରଗ୍ସ ଇନ୍ସପେକ୍ଟର ମୁକେଶ ଧରୁଆ ସୂଚନା ଦେବା ସହିତ ମେଡିସିନ ଦୋକାନ କେଉଁଠାରୁ ଏହି ମେଡିସିନ ଆଣିଲେ ଏବଂ ଏଥିରେ ଜିଲ୍ଲାର ଆଉ କେଉଁ କେଉଁ ମେଡିସିନ ଦୋକାନ ସାମିଲ ହୋଇଛନ୍ତି ସେ ବାବଦରେ ଅଧିକ ତଦନ୍ତ ଜାରି ରଖିଛନ୍ତି । ଏହି ଚଢ଼ାଉରେ ବୋୖଦ୍ଧ ଡ୍ରଗ୍ସ ଇନ୍ସପେକ୍ଟର ମୁକେଶ ଧରୁଆ, ସୋନପୁର ଡ୍ରଗ୍ସ ଇନ୍ସପେକ୍ଟର ଉମା ଶଙ୍କର ମେହେରଙ୍କ ସମେତ ମନମୁଣ୍ଡା ପୋଲିସ ସାମିଲ ହୋଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଦୁଇ ବର୍ଷ ପୂର୍ବରୁ ମେହେର ମେଡିକାଲ ଷ୍ଟୋରର ମାଲିକ ରୋଗୀ ଚିକିତ୍ସା କରି ଜଣେ ଜୀବନ ହାରି ଦେଇଥିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇ ଥିବା ଅଭିଯୋଗ ମଧ୍ୟ ହୋଇଥିଲା । ବିବାଦ ତାଙ୍କର ପିଛା ଛାଡୁ ନ ଥିବାବେଳେ ପୁଣି ନକଲି ଔଷଧ ବିକ୍ରି ବେଳେ ଧରାପଡିଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇପଡିଛି । ବ୍ୟୁରୋ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.