ତାଳଚେର :-
ତାଳଚେର ସହର ମଧ୍ୟରେ ରହିଥିବା ରାଣୀ ପାର୍କ ଅଞ୍ଚଳକୁ ରାଣୀ ପାର୍କ ଉନ୍ନୟନ ପରିଷଦ ର ଅନୁରୋଧ ରକ୍ଷା କରି ଆଜି ସ୍ଥାନୀୟ ଉପିଜିଲ୍ଲାପାଳ ପରିଦର୍ଶନ କରିଥିଲେ । ବିଭିନ୍ନ ସମସ୍ୟା କୁ ଅନୁଧ୍ୟାନ କରି ଏଥି ସହ ଏହାର ଶୀଘ୍ର ସମାଧାନ ପାଇଁ ତାଳଚେର ପୌରପରିଷଦ କୁ ନିର୍ଦେଶ ମଧ୍ଯ ଦେଇଥିଲେ । ଏହି ରାଣୀ ପାର୍କ ପରିଷଦରେ ଅସାମାଜିକ ଯୁବକ ମାନେ ମଦ୍ୟ ପାନ କରି ଜରି ଏଣେ ତେଣେ ଫୋପାଡି ପରିବେଶ କୁ ପ୍ରଦୂଷଣ କରୁଥିବା ର ଦୃଶ୍ୟ ଦେଖିବାକୁ ମିଳିଥିଲା । ରାଣୀ ପାର୍କ ର ଉନ୍ନୟନ ପରିଷଦ ର ପରିବେଶବିତ୍ ଶ୍ରୀ ବାଉରୀ ବନ୍ଧୁ ବେଜ ଏହାକୁ ସଫା କରି ଗୋଟିଏ ସ୍ଥାନରେ ଗଦା କରି ରଖିଥିଲେ । ଏହି ଖବର ପାଇ ତାଳଚେର ଉପଜିଲ୍ଲାପାଳ ମହୋଦୟ ତାଳଚେର ପୌରପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀଣୀଙ୍କୁ ସାଥିରେ ନେଇ ରାଣୀ ପାର୍କ ପରିଦର୍ଶନ କରିବା ସହ କିଛି ଅସାମାଜିକ ଲୋକ ମଦ୍ୟପାନ କରିଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ଏହା ଦେଖି ଶ୍ରୀ ରଥ ସେହି ମଦ୍ୟପାନ କରୁଥିବା ଲୋକାଙ୍କ ଉପରେ ଚଢ଼ାଉ କରି ମଦକୁ ନଷ୍ଟ କରିଥଲେ । ବିଭିନ୍ନ ଅସାମାଜିକ ଲୋକଙ୍କ ପାଇଁ ପ୍ରଦୂଷଣ ହେଉଥିବା ହେତୁ ତୁରନ୍ତ ଏହାକୁ ସଫା କରିବା ପାଇଁ ଶ୍ରୀ ରଥ କାର୍ଯ୍ୟ ନିର୍ବାହୀ ଅଧିକାରୀଣୀ ଶ୍ରୀମତୀ ଅମାନ୍ତ ଙ୍କୁ ନିର୍ଦେଶ ଦେଇଥିଲେ । ଏଥିସହ ରାଣୀ ପାର୍କର ଚାରିପାଖ ପାଚେରୀ ନିର୍ମାଣ କାର୍ଯ୍ୟ ୬ ମାସ ମଧ୍ୟରେ କରାଯିବା ନେଇ ପ୍ରକାଶ କରିଥଲେ ଏବଂ ଜବରଦଖଲ କାରିଙ୍କୁ ଉଚ୍ଛେଦ କରାଯିବା ନେଇ ଯଥା ପଦକ୍ଷେପ ନେବାକୁ କହିଥିଲେ ।
ଏହି ଗସ୍ତ କାର୍ଯ୍ୟରେ ତାଳଚେର ମେଡିଆର ସଭାପତି ବଜରଙ୍ଗ ଅଗ୍ରୱାଲା, ପୁର୍ବତନ ନଗର୍ ପାଲ୍ କେଶବ ଭୁତିଆ, ଉପସଭାପତି ପ୍ରଦୀପ କୁମାର ମହାରଣା , ରାଣୀପାର୍କ ଉନ୍ନୟନ ପରିଷଦ ର ସଭାପତି ବାଉରୀ ବନ୍ଧୁ ବେଜ୍ , ବାବୁନି ସାହୁ,ଜୀତେନ୍ଦ୍ର ମହାପାତ୍ର , ସୁଲେଖ ସେଠୀ, ଜୀତେନ୍ଦ୍ର କୁମାର୍ ଦାସ, ରବି ସିଠ, ବାପି ମହାନ୍ତି ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଅନୁଗୁଳ ତାଳଚେର ରୁ ପ୍ରଦୀପ କୁମାର ମହାରଣା ଙ୍କ ରିପୋର୍ଟ